ଭୁବନେଶ୍ୱର – ଯେଉଁ ଯୁକ୍ତ ୨ କଲେଜ ଗୁଡିକ ଆସନ୍ତା ୧୦ ତାରିଖ ସୁଦ୍ଧା ସିସିଟିଭି ଲଗାଇବେ ନାହିଁ ସେଗୁଡିକୁ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମ୍ପୃକ୍ତ କଲେଜ ଗୁଡିକୁ ଚିଠି ଲେଖି ଜଣାଇ ଦିଆଯାଇଛି । ୧୦ ତାରିଖ ସୁଦ୍ଧା କେତେ କଲେଜ ପରୀକ୍ଷା ହଲ୍ ଗୁଡିକରେ ସିସିଟିଭି ଲଗାଇଲେ ତାହାର ପୂର୍ଣ୍ଣାଙ୍ଗ ତଥ୍ୟ ଦେବା ଲାଗି କୁହାଯାଇଛି । ଇଂଟରନେଟ୍ ପାୱାର ବ୍ୟାକଅପ୍ ସୁବିଧା ସମ୍ପର୍କରେ ମଧ୍ୟ ଜଣାଇବା ଲାଗି ଉକ୍ତ ଚିଠିରେ କୁହାଯାଇଛି । ପରୀକ୍ଷାର ସମ୍ପୂର୍ଣ୍ଣ ରେକର୍ଡିଂ କରିବାକୁ କଲେଜ ଗୁଡିକୁ ନିଦେ୍ର୍ଧଶ ଦିଆଯାଇଛି ।
ଅନ୍ୟପକ୍ଷରେ ସେଲଫ୍ ଫାଇନାନ୍ସିଂ କଲେଜ ଗୁଡିକରେ ପ୍ରାକ୍ଟିକାଲ ପରୀକ୍ଷା ସିସିଟିଭି ହଲ୍ ରେ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି ।