
ହିଂଜିଳିକାଟୁ ବୃନ୍ଦାବନ ସରକାରୀ ବିଦ୍ୟାଳୟରେ ଶୁକ୍ରବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଓ ଶିକ୍ଷାର୍ଥୀଙ୍କୁ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ମେଳାକୁ ତହସିଲଦାର ଗୋପିନାଥ କୁଅଁର ରିବିନ୍ କାଟି ଶୁଭ ଉଦଘାଟନ କରିବା ସହ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଥିଲେ। ଏଥିରେ ମୋଟ ୬୫ ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କେ. ନିମାଇଁ ଚରଣ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ମଂଚାସିନ ରହି ୧୮୬ ଜଣ ଛାତ୍ର ୨୭୪ ଜଣ ଛାତ୍ରୀଙ୍କୁ ୨ ହଳ ପୋଷାକ, ୨ ହଳ ମୋଜା ଓ ଏକ ହଳ ଜୋତା ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।
ହିଞ୍ଜିଳିକାଟୁ ରୁ ପ୍ରଫୁଲ ସାବତ ଙ୍କ ରିପୋର୍ଟ ଇଣ୍ଡୋ କଳିଙ୍ଗ ଟାଇମ୍ସ