
ଭୁବନେଶ୍ୱର– ମୟୂରଭଞ୍ଜ ଜିଲ୍ଲା ଉଦଳାରେ ମାତିଲେ ଲୁଟେରା । ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଉଦଳା ଏନଏସି ୧୨ ନମ୍ବର ୱାର୍ଡରେ ଅଧ୍ୟାପକ ଶଶୀଭୁଷଣ ପାଣିଗ୍ରାହୀଙ୍କୁ ଘରୁ ଲୁଟ ହୋଇଛି । ଘରେ କେହି ନ ଥିବାର ସୁଯୋଗ ନେଇ ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପୋଲିସ ଘଟଣାର ତଦନ୍ତ କରୁଛି ।