
ଭୁବନେଶ୍ୱର– ମାଲକାନଗିରି ଜିଲ୍ଲା କାଲିମେଳା ସଦରରେ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ଧାନ ବୋଝେଇ ଟ୍ରକ ଜବତ । ଯୋଗାଣ ବିଭାଗ ଚଢାଉ କରି ୪ଟି ଟ୍ରକ୍ ଜବତ କରିଛି । ଏହି ଟ୍ରକକୁ କାଲିମେଳା ଥାନାରେ ଅଟକ ରଖାଯାଇଛି । ସମସ୍ତ୍ ଟ୍ରକ୍ କାଲିମେଳା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର ୱାଙ୍ଗଲର୍ ଯାଉଥିଲା । ଏହି ଧାନ ମାଲକାନଗିରିର ଶ୍ରୀନୁ ଓ ପଟେରୁ ମନୋଜ ନାମକ ଦୁଇ ବ୍ୟବସାୟଙ୍କର ବୋଲି ଜଣାପଡିଛି ।