
ଭୁବନେଶ୍ୱର- ନବରଙ୍ଗପୁର ରାଇଘରରେ ଅଭାବନୀୟ ଘଟଣା । ସାଢେ଼ ଚାରି ବର୍ଷର ଶିଶୁ ଉପରେ ମାଡ଼ିଯାଇଛି ଟ୍ରକ୍। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଦେଓଭରଣ୍ଡି ଗ୍ରାମରେ ଘଟିଛି ଏଭଳି ଘଟଣା । ଘଟଣା ସ୍ଥଳରେ ଶିଶୁ ଗୌରବ କୁମାର କୋରାମର ମୃତ୍ୟୁ ହୋଇଛି। ମୃତ ଶିଶୁଙ୍କ ଘର ଛତିଶଗଡରେ । କ୍ଷତି ପୂରଣ ଦାବିରେ ପରିବାର ଓ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।