ଭୁବନେଶ୍ୱର– ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୭ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଆସନ୍ତା ୩ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଚଳିତବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ, ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଦକ୍ଷତା ପାଇଁ ସମାଜର ସମ୍ପାଦକ ପ୍ରମୋଦ ମହାପାତ୍ରଙ୍କୁ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପୂର୍ବତନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ ବିଜୟ କେତନ ପଟ୍ଟନାୟକ (ପୂର୍ବତନ ଆଇ.ଏଫ୍.ଏସ୍)ଙ୍କୁ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସମ୍ମାନ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ପ୍ରଦାନ କରାଯିବ । ଏକ ପ୍ରେସ୍ ଇସ୍ତାହାରରେ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟିର ସଭାପତି ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଓ ସମ୍ପାଦକ ଇଂ ବିଶ୍ୱମୋହନ ପଟ୍ଟନାୟକ ଏହା ଜଣାଇଛନ୍ତି । ସେହିପରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ରଚନା, ଚିତ୍ରାଙ୍କନ, କୁଇଜ ଓ ଗଣଦୌଡ଼ ପ୍ରତିଯୋଗିତାରେ ହାଇସ୍କୁଲ୍ ଓ କଲେଜସ୍ତରର ଯେଉଁ କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏହି ଉତ୍ସବରେ ସମ୍ମାନିତ କରାଯିବ ।
Related Stories
November 22, 2024