
କନ୍ଧମାଳ – ଓଡିଶା ଆଇନଜୀବି ଆସୋସିଏସନ୍ର ଦୁଇ ଦିନିଆଁ ୫୨ ତମ ବାର୍ଷିକ କନଫରେନ୍ସ କନ୍ଧମାଳ ଜିଲା ଫୁଲବାଣୀ ଠାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଟୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଆଇନଜୀବୀ ମାନେ ଏକ ଉତମ ବୃତିରେ ଅଛନ୍ତି ଏବଂ ସାଧାରଣ ଲୋକଙ୍କୁ ସେବା କରିବା ସହିତ ନ୍ୟାୟ ପ୍ରଦାନରେ ସହାୟତା କରୁଛନ୍ତି । ରାଜ୍ୟର ଅନେକ ଆଇନଜୀବୀ ଏକାଠି ବସି ବୌଦ୍ଧିକ ଆଲୋଚନା କରୁଛନ୍ତି ଏବଂ ଆଜି ମୁଁ ଖୁସି ବ୍ୟକ୍ତ କରୁଛି । ମୋ ସରକାର ସବୁବେଳେ ସମସ୍ତ ଙ୍କର୍ ବିକାଶ ଚିନ୍ତା କରନ୍ତି । ଆଇନଜୀବୀଙ୍କ ବିକାଶ ପାଇଁ ମଧ୍ୟ ମୁଁ ସବୁବେଳେ ତତ୍ପର । ଏହି ଅବସରରେ ଆଇନଜୀବୀ କଲ୍ୟାଣ ପାଣ୍ଠି ର ୫ କୋଟିରୁ ଦଶ କୋଟିକୁ ବୃଦ୍ଧି କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡ଼ା ଯୋଗଦେଇ କହିଥିଲେ ଏହି କନଫରେନସ୍ ବହୁତ ଗରୁତ୍ୱପୁର୍ଣ୍ଣ । ଏହି କାର୍ଯ୍ୟକମ୍ରରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ,ସାଂସଦ,ବାର ଅଶୋସିଏସନ ସୁପ୍ରିମ କୋଟ, ବରିଷ୍ଟ ଆଇନଜିବୀ ଓ ସମାଜର ବରିଷ୍ଠ ବ୍ୟକ୍ତି ବିଣେଷ ଯୋଗଦେଇଛନ୍ତି । ଦେଶ ଆଜି ବହୁ କ୍ରାଇସିସରେ ଗତି କରୁଛି । ବିଶ୍ୱାସ ଓ ଆଶା ରଖୁଛି ଏହି କନଫରେନସରେ ଯୋଗଦେଇଥିବା ଆଇନିଜୀବି ମାନଙ୍କ ଆଲୋଚନାରୁ ଓ ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ସାଧାରଣ ଲୋକମାନଙ୍କୁ କିପରି ଶିଘ୍ର ଓ ସହଜରେ ଆଇନ ସେବା ମିଳିପାରିବ ସେ ନେଇ ମତ ରଖିଥିଲେ । ଏହା ସହିତ ଆଇନଜୀବିମାନଙ୍କ ପ୍ରତ୍ୟେକ ସମସ୍ୟା ରହିତ ରାଜ୍ୟ ସରକାର ସବୁବେଳେ ଠିଆ ହୋଇଛନ୍ତ ଆଗକୁ ମଧ୍ୟ ଠିଆ ହେବେ । କନ୍ଧମାଳ ସାଂସଦ ଡ଼,ଅଚ୍ୟୁତ ସାମନ୍ତ ଯୋଗଦେଇ କହିଥିଲେ ଏହି କାର୍ଯ୍ୟକ୍ରମ ଫୁଲବାଣୀରେ ହୋଇଥିବାରୁ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଆଇନ ସେବା ଯେପରି ଲୋକମାନଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଅନେକ୍ କିଛି କରୁଛନ୍ତି । ଆଇନଜିବା ବନ୍ଧୁମାନେ ଫୁଲବାଣୀ ଆସି ପ୍ରକୃତିର ମନୋଲୋଭା ଦୃଶ୍ୟ ଉପଭୋଗ କରି ଆନନ୍ଦିତ ହେବେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଇନଜୀବିମାନଙ୍କ ପ୍ରତ୍ୟେକ ଯୋଜନାରେ ସେ ସହଭାଗି ଅଛନ୍ତି ଆଗକୁ ମଧ୍ୟ ରହିବେ ବୋଲି କହିଥିଲେ । ଫୁଲବାଣୀ ଆଇନଜୀବି ସଂଘର ସଭାପତି ଭଗବାନ ମହାନ୍ତି କହିଛନ୍ତି ଫୁଲବାଣୀ ଠାରେ ଏହି କାର୍ଯ୍ୟକ୍ରମ ତୃତୀୟ ଥର ହେଉଛି । ସମସ୍ତ ଆଇନିଜାବି ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା କହିଥିଲେ ।
ଏହା ସହିତ ଓଡ଼ିଶା ଆଇନିଜୀବି ସଂଘର ସଭାପତି ଓ ସମ୍ପାଦକ ଏହି କାର୍ଯ୍ୟକ୍ରମର ଉଦେଶ୍ୟ ସର୍ମ୍ପକରେ ସୁଚନା ଦେବା ସହ ରାଜ୍ୟ ସରକାରଙ୍କ ଆଇନିଜୀବିଙ୍କ ଦାବି ପୁରଣ କରିଥିବାରୁ କୃତଜ୍ଞତା ଜଣାଇଥିଲେ ।