ଭୁବନେଶ୍ୱର – ସେସୁ ର ବିକ୍ରୀ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଛି । ୩ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଓଇଆରସି ଏହାର ବିଭିନ୍ନ ଦିଗ ଉପରେ ତର୍ଜମା କରିବା ପରେ .ଯାହା କିଛି ନିଷ୍ପତି ନେବେ ।
ସୂଚନାଯୋଗ୍ୟ ଯେ ଗତ ଡିସେମ୍ବରରେ ସେଂଟ୍ରାଲ ଇଲେକ୍ଟ୍ରିକ ସପ୍ଲାଏ ୟୁଟିଲିଟି ଅଫ ଓଡ଼ିଶା (ସେସୁ)ର ପରି·ଳନା ଦାୟିତ୍ୱ ଟାଟା ପାୱାର କମ୍ପାନୀ ଲିମିଟେଡ କୁ ଦିଆଯାଇଥିଲା । ଆସନ୍ତା ୨୫ ବର୍ଷ ପାଇଁ ଉକ୍ତ କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଟାଟା ପାୱାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଏସପିଭି ଗଠନ କରାଯିବ । ଏଥିରେ ଓଡ଼ିଶା ସରକାରଙ୍କ ଅଂଶଧନ ୪୯ ପ୍ରତିଶତ ରହିବ ଏବଂ ଟାଟା ପାୱାର ହାତରେ ୫୧ ପ୍ରତିଶତ ଅଂଶଧନ ରହିବ । ନୂତନ ଭାବେ ଏହାର ପରି·ଳନା କରିବାକୁ କମ୍ପାନୀକୁ କ୍ଷମତା ଦିଆଯାଇଛି ।