
ଭୁବନେଶ୍ୱର– ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ନୂଆ ଡିଜିପି ନିଯୁକ୍ତ ହେବା ଯାଏଁ ସେ ଏହି ଦାୟିତ୍ୱରେ ରହିବେ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।
୧୯୯୦ ବ୍ୟାଚ୍ ର ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀ ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମୀର ନିର୍ଦ୍ଦେଶକ ରହିଛନ୍ତି । ତେଣୁ ବିପିଏସପିଏ ନିର୍ଦ୍ଦେଶ ସହ ସେ ପୁଲିସ୍ ବିଭାଗର ମୁଖ୍ୟ ଭାବେ କାମ କରିବେ ।
ସୂଚନାଯୋଗ୍ୟ ଆସନ୍ତା ଡିସେମ୍ବର ୩୧ତାରିଖରେ ବର୍ତମାନର ପୁଲିସ ଡିଜି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେବେ ।