କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶ୍ରୀକ୍ଷେତ୍ର ପୁସ୍ତକ ମେଳା ମଞ୍ଚ ଶରଧାବାଲି ଠାରେ ଉତ୍କଳ ବିଦ୍ଵତ ପରିଷଦ ଆନୁକୂଲ୍ୟରେ “ଶ୍ରୀକ୍ଷେତ୍ର ର ପାରମ୍ପରିକ ମଠ ର ସ୍ଥିତି ଓ ଭବିଷ୍ୟତ ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |ଶ୍ରୀବିଗ୍ରହ ଙ୍କ ନିକଟରେ ପୁଷ୍ପ ଓ ଦୀପ ଅର୍ପଣ ପୂର୍ବକ ଆରମ୍ଭ ହୋଇଥିଲା | ଡଃ ନନ୍ଦିଘୋଷ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ |ଏହି ଆଲୋଚନା ଚକ୍ରରେ ନେବଳ ଦାସ ମଠର ମହନ୍ତ ଡ଼ଃ ରାମଚରଣ ଦାସ ଜୀ ମହାରାଜ, ରାଧାବଲ୍ଲଭ ମଠ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ଜୀ ମହାରାଜ,ଉତ୍ତରପାର୍ଶ୍ଵ ମଠ ମହନ୍ତ ଶ୍ରୀ ନାରାୟଣ ରାମାନୁଜ ଦାସ ଜୀ ମହାରାଜ, ଅଧ୍ୟକ୍ଷ , ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ, ପୁରୀ, ଡ଼ଃ ଭାସ୍କର ମିଶ୍ର ,ବରିଷ୍ଠ ଅଧିବକ୍ତା ,କଟକ ଉଚ୍ଚ ନ୍ୟାୟାଳୟ ଶ୍ରୀ ଅଶୋକ କୁମାର ମହାପାତ୍ର ,ସମ୍ପାଦକ ,ଐତିହ୍ୟ ସଂରକ୍ଷଣ ପରିଷଦ , ପୁରୀ ଶ୍ରୀ ଦେବୀ ପ୍ରସନ୍ନ ନନ୍ଦ , ଆଇନ ସହାୟତା କେନ୍ଦ୍ର , ପୁରୀର ନିର୍ଦେଶିକା
ଶ୍ରୀମତୀ ଜୟଶ୍ରୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ |ଡଃ ଭାସ୍କର ମିଶ୍ର ଙ୍କ ରଚିତ ଦିବ୍ୟାନୁଭୂତି ପୁସ୍ତକ ଲୋକାର୍ପଣ ହୋଇଥିଲା |ଉତ୍କଳ ବିଦ୍ୱତ ପରିଷଦ ର ସମ୍ପାଦକ ବିଜୟ କୃଷ୍ଣ ବ୍ରହ୍ମା କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ |ପଣ୍ଡିତ ଦୟାନିଧି ପଣ୍ଡା ବେଦ ପାଠ କରିଥିଲେ |ପରିଷଦର ଅଧ୍ୟକ୍ଷ ମନୋଜ ରଥ ଅଧ୍ୟକ୍ଷତା କରିଥିବା ବେଳେ ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |
Related Stories
November 22, 2024