ନୂଆଦିଲ୍ଲୀ,ବିକଶିତ ଭାରତ ସଂକଳ୍ପ ଯାତ୍ରା ଏବେ ସୁଦ୍ଧା 1ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ପହଞ୍ଚିସାରିଛି । ଏଥିରେ ଭାଗ ନେଇଥିବା ଲୋକଙ୍କ ସଂଖ୍ୟା 2କୋଟିରୁ ଅଧିକ । ଏହି ଯାତ୍ରାରେ 8.5 ଲକ୍ଷରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ଏବଂ 27,630ରୁ ଅଧିକ ଲୋକଙ୍କୁ ଉଚ୍ଚ ସାର୍ବଜନୀନ ସ୍ୱାସ୍ଥ୍ୟ ସୁବିଧା ପଠାଯାଇଛି । ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଏବେ ସୁଦ୍ଧା 1,08,500 ଗ୍ରାମ ପଞ୍ଚାୟତରେ ପହଞ୍ଚିଛି । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ପାଇଁ ଆୟୁଷ୍ମାନ ଆପର ବ୍ୟବହାର କରାଯାଇ ଆୟୁଷ୍ମାନ କାର୍ଡ କରାଯାଇଛି । ହିତାଧିକାରୀଙ୍କୁ ଏହି କାର୍ଡ ପ୍ରଦାନ କରାଯାଇଛି । 44ତମ ଦିନ ସୁଦ୍ଧା 32,54,611ରୁ ଅଧିକ କାର୍ଡ ବିତରଣ କରାଯାଇଛି ।
Related Stories
December 22, 2024