ଭୁବନେଶ୍ୱର – ରାଜ୍ୟରେ ଥିବା ବିଭିନ୍ନ ବନଖଣ୍ଡ ଓ ଜଳାଶୟରେ ଶୁକ୍ରବାର ପକ୍ଷୀଗଣନା ଆରମ୍ଭ ହୋଇଛି । ଗଣନାରେ ୨୫ ରୁ ଅଧିକ ଟିମ ଓ ୧ ହଜାରରୁ ଅଧିକ ସଦସ୍ୟ ସାମିଲ ରହିଛନ୍ତି । ଅନୁଗୁଳ ସାତକୋଶିଆରେ ୧୦ ଟି ଟିମ ନିୟୋଜିତ ହୋଇଛନ୍ତି । ମହାନଦୀ ରିଭର ସିଷ୍ଟମ ସହ ଶିଶୁ ପଥର ଡ଼୍ୟାମରେ ପକ୍ଷୀ ଗଣତି ଜାରି ରହିଛି । ମୟୂରଭଞ୍ଜର ଶିମିଳିପାଳ ସଂଲଗ୍ନ ବିଭିନ୍ନ ଜଳାଶୟରେ ପକ୍ଷୀଗଣନା ଆରମ୍ଭ ହୋଇଛି । ସେହିପରି ଆସନ୍ତା ୯ ରୁ ୧୧ କୁମ୍ଭୀର ଗଣନା ହେବ ବୋଲି ସୂଚନା ମିଳିଛି । ଜାନୁଆରୀ ମାସର ପ୍ରଥମ ୨ ସପ୍ତାହ ଯାଏ ପର୍ଯ୍ୟଟକମାନଙ୍କ ପାଇଁ ସାତକୋଶିଆ ଅଭୟାରଣ୍ୟ ବନ୍ଦ ରହିବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି ।
ସେହିପରି ଶିମିଳିପାଳ ଅଂଚଳରେ ଥିବା ଆଦ୍ର ଭୂମିରେ ବି ପକ୍ଷୀ ଗଣନା ଆରମ୍ଭ ହୋଇଛି । ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଆଦି ତିନୋଟି ଫରେଷ୍ଟ ରେଞ୍ଜର ୧୦୦ରୁ ଅଧିକ ଅଂଚଳରେ ଏହି ପକ୍ଷୀ ଗଣନା କରାଯିବ । ସାଇବେରିଆ ସମେତ ବିଦେଶରୁ ବହୁ ସଂଖ୍ୟାରେ ପକ୍ଷୀ ଏଠାକୁ ଆସି ଥାଆନ୍ତି । ପକ୍ଷୀଙ୍କ ସରଂକ୍ଷଣ, କେଉଁ ପ୍ରଜାତିର ଚିହ୍ନଟ ଓ ଗତିବିଧିକୁ ଜାଣିବା ପାଇଁ ଏହି ଗଣନା କରାଯାଇଥାଏ । ରେଞ୍ଜ ଅଫିସର୍, ଫରେଷ୍ଟର ଓ ପକ୍ଷୀ ଗବେଷକ ଏହି ପକ୍ଷୀ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ।