
ଗଞାମ– କରୋନା ମୁକାବିଲା ପାଇଁ ଗଞାମ ଜିଲା ପ୍ରଶାସନ ପ୍ରସ୍ତୁତ ବୋଲି ଗଞାମ ଜିଲାପାଳ ଦିବ୍ୟଜ୍ଯୋତି ପରିଡା ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲାରେ ସେଭଳି ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଏଣୁ ଏଥିରେ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ ।କିନ୍ତୁ, ସମସ୍ତେ ସରକାରକଂ ନିୟମାବଳୀ ମାନିବା ସହ ଭିଡକୁଗଲେ ମାକ୍ସ ପିନ୍ଧି ସତର୍କ ରହିବାକୁ ହେବ। ଯଦି ଆବଶ୍ୟକ ପଡେ, ତାହାହେଲେ ବିଭିନ୍ନ ସ୍ଥାନରେ ଟେଷ୍ଟିଙ୍ଗସେଣ୍ଟର ଖୋଲାଯିବ । କୌଣସି ଗୁଜବକୁ ବିଶ୍ଵାସ ନକରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।