
ଭୁବନେଶ୍ୱର-୨୦୦୬ ବ୍ୟାଚ୍ ର ୫ ଜଣ ଆଇପିଏସ୍ ଅଧିକାରୀଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଡିଆଇଜି ଅନୁପ ସାହୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି ଅମ୍ରିତା ଦାଶ, ଅନିରୁଦ୍ଧ କୁମାର ସିଂହ , ଅନୁପ କ୍ରୀଷ୍ଣା ଓ ସୁଧା ସିଂହଙ୍କୁ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଅନୁପଙ୍କ ବ୍ୟତୀତ ଅନ୍ୟ ସମସ୍ତେ ବର୍ତମାନ ସେଂଟ୍ରାଲ ଡେପୁଟେସନ୍ ରେ ଅଛନ୍ତି । ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।