
ଭୁବନେଶ୍ୱର– ୨୦୧୦ ବ୍ୟାଚ୍ ର ୬ ଆଇପିଏସ୍ ଅଧିକାରୀଙ୍କୁ ଡିଆଇଜି ରାଙ୍କରେ ପଦୋନ୍ନତି ମିଳିଛି । ସେମାନେ ହେଲେ ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂ , ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା ଓ ଶିବା ସୁବ୍ରମଣି । ଆଶିଷ, ପାରୁଲ ଓ ସୁବ୍ରମଣି ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।