ବାରଣାସୀ, ରାମନଗରୀ ଅଯୋଧ୍ୟାର 84 କୋଷକୁ ମଦ ମୁକ୍ତ ଅଞ୍ଚଳ ଘୋଷଣା କରେ ଏବେ କାଶୀର ପଞ୍ଚକୋଶୀ କ୍ଷେତ୍ରକୁ ମଦ ମାଂସ ମୁକ୍ତ କରିବାକୁ ଜୋର ଧରିଛି ଦାବି । ଏଥିପାଇଁ ସାମାଜିକ ସଙ୍ଗଠନ ଆଗମନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପତ୍ର ଲେଖି ଦାବି କରାଯାଇଛି ।
ସଂସ୍ଥାର ପ୍ରତିଷ୍ଠାତା କହିଛନ୍ତି ଯେ, ଅଯୋଧ୍ୟା, ମଥୁରୀ ପରି କାଶୀର ପଞ୍ଚକୋଶୀ ଅଞ୍ଚଳରେ ମଧ୍ୟ ମାଂସ ଓ ମଦ ଦୋକାନ ବନ୍ଦ ହେବା ଉଚିତ । ବାବା ବିଶ୍ୱନାଥଙ୍କ ନଗରୀ କାଶୀର ପଞ୍ଚକୋଶୀ ଅଞ୍ଚଳରେ ମଦ ମାଂସ ନିଷେଧ ଅଞ୍ଚଳ ଘୋଷଣା କରିବା ଲଢାଇ ଜାରି ରହିଛି ।ଗତ 2ବର୍ଷ ଧରି ସଙ୍ଗଠନ ପକ୍ଷରୁ ଏହି ଅଭିଯାନ ଜାରି ରହିଛି । କେବଳ ଅଭିଯାନ ନୁହେଁ, ଏନେଇ ଲୋକଙ୍କୁ ସଚେତନ କରାଯାଉଛି । ଏଥିପାଇଁ ଧାର୍ମିକ ଅନୁଷ୍ଠାନ, ପଦଯାତ୍ରା, ପେଣ୍ଟିଂ ପ୍ରତିଯୋଗିତା, ସଚେତନତା ରାଲି ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।