
ଚମ୍ପୁଆ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବଡବିଲର ଯୁବକ ଅତୁଲ କୁମାର ଗିରି ମିଷ୍ଟର ଓଡ଼ିଶା ସାଇନିଂ ଆଇକନ ପ୍ରତିଯୋଗିତାରେ ୨ୟ ରନର ଅପ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ରେ କେନ୍ଦୁଝର ଜିଲ୍ଲାର ଜଣେ ଯୁବକ ଶ୍ରେଷ୍ଠ ୩ ଜଣଙ୍କ ମଧ୍ୟରେ ରେ ସ୍ଥାନ ପାଇଥିବା ଜଣା ପଡ଼ିଛି। ରାଉରକେଲା ସ୍ଥିତ ଭଞ୍ଜ ଭବନ ଠାରେ ସାଇନିଂ ରୋକରସ ଏକାଡେମୀ ପକ୍ଷରୁ ଏହି ପ୍ରତିଯୋଗିତା ଓର୍ଗାନାଇଜର ଚେୟାରପର୍ସନ ଲିନା ବିଶ୍ଵାଳ ଓ ଷ୍ଟେଟ କୋଡିନେଟର ପ୍ରବୀଣ ଚାୱଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା। ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଧାୟକ ସୁବ୍ରତ ତରାଇ, ରାଉରକେଲା ପୌର ଅଧ୍ୟକ୍ଷ ସୁନୀଲ କୋୟଲ , ଚଳଚ୍ଚିତ୍ର ନିର୍ଦ୍ଦେଶକ ଜୟନ୍ତ କୁମାର, ଫେସନ ଡିଜାଇନର ରାକ୍ଷୀ ମଣ୍ଡଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା ର ବିଭିନ୍ନ ଅଞ୍ଚଳରୁ ଆସିଥିବା ୫୦୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଅତୁଲ କୁମାର ଗିରି ୨ୟ ସ୍ଥାନ ଅଧିକାର କରିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି।