
ପୁରୀ ,ପିପିଲି ମହାବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ନରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ପୁରୀ ଜିଲ୍ଲା ସ୍ତରୀୟ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ମେଳା ରେ ୨୫ ରୁ ଅଧିକ ନିଯୁକ୍ତି ଓ ତାଲିମଦାତା ସଂସ୍ଥା ଯଥା
କଟକ ଆର୍ମୀ ଭର୍ତ୍ତି କାର୍ଯ୍ୟାଳୟ, ହୋଣ୍ଡା, ଡାକ୍ତର ରେଡ୍ଡି”ସ୍, ଆପାସ୍ କଂସଲଟାନସି, ଆଇସିଆଇସିଆଇ ବ୍ୟାଙ୍କ, ଶାହୀ ଏକ୍ସପୋର୍ଟ, ଗ୍ରାମ ତରଙ୍ଗ, ସ୍ବତନ୍ତ୍ର, ଲାଇଫ୍ ଲାଇଟ୍ କ୍ୟାରିଅର୍ ସଲ୍ୟୁସନ୍, ୱିନ୍ସ୍ଟନ୍ ଇଣ୍ଡିଆ, ଆରୋଗ୍ୟ ହୋମ୍ କେର୍, ହୋଲିଡେ ରିସର୍ଟ ପୁରୀ, ୟଶଶ୍ୱୀ ଏକାଡେମୀ, କ୍ରେଡିଟ୍ ଆସେସ୍ ଗ୍ରାମିନ୍ ଲିମିଟେଡ୍, ସିପେଟ ଆଦି ଯୋଗଦେଇଥିଲେ।ଚାକିରି ଅନ୍ବେଷଣ ରେ ଥିବା ୫ମ ଶ୍ରେଣୀ ପାସ୍ ଓ ତଦୁର୍ଦ୍ଦ୍ଵ ସ୍କୁଲ, କଲେଜ ( ୨ ଓ ୩), ଆଇଟିଆଇ, ଡିପ୍ଲୋମା ପାସ୍ କରିଥିବା ଏବଂ ଅଧାରୁ ପାଠ ଛାଡିଥିବା ଯୁବକ ଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ରାଜ୍ୟ ସରକାର ଯୁବ ବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇବା ସହ ସେମାନଙ୍କ ର ଦକ୍ଷତା ବିକାଶ ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି।ଯାହାର ଅଂଶ ବିଶେଷ ଏହି ନିଯୁକ୍ତି ମେଳା ଓ ନୂଆ ଓ କାର୍ଯ୍ୟକ୍ରମ ବୋଲି କହିଥିଲେ।ପିଲାମାନେ ସେମାନଙ୍କ ଯୋଗ୍ୟତା,ଦକ୍ଷତା ଓ ପ୍ରତିଭା ଆଧାର ରେ ନିଜର ପରିଚୟ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ।
ଜିଲ୍ଲା ନିୟୋଜନ ଅଧିକାରୀ ସୁବାସ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ନିଯୁକ୍ତି ମେଳା ର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ଏହା ଦ୍ଵାରା ପିଲା ମାନଙ୍କ ବିକାଶ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ସ୍ୱାଇଁ, ପିପିଲି ଏନ ଏ ସି ଅଧ୍ୟକ୍ଷ ଏସ କେ ବାବୁ, ମହାବିଦ୍ୟାଳୟ ଅଧ୍ୟକ୍ଷ ତପନ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ
ସେନା ଅଧିକାରୀ ମେଜର ହେମେନ୍ଦ୍ର ସିଂହ୍ (ଏଆର୍ଓ କଟକ), ଅତିଥି ଭାବେ ଯୋଗଦେଇ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମ କୁ କ୍ୟାପଟେନ ଆଦିତ୍ୟ ପ୍ରସାଦ ରଥ ପରିଚାଳନା କରିଥିଲେ।ମୋଟ ୬୫୦ ପିଲା ପଞ୍ଜିକରଣ କରିଥିବା ବେଳେ ମୋଟ ୨୭୦ ଆଶାୟୀ ପ୍ରାଥୀ ଙ୍କୁ ବିଭିନ୍ନ ସଂସ୍ଥା ନିଯୁକ୍ତି ଦେବା ପାଇଁ ଚୟନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ନିୟୋଜନ କାର୍ଯ୍ୟାଳୟ ର ପୁଷ୍ପଲତା ପ୍ରଧାନ, ନିରାକାର ପ୍ରଧାନ, ବାମଦେବ ସାହୁ ପ୍ରମାଣ ସହଯୋଗ କରିଥିଲେ।