
ଖୋର୍ଦ୍ଧା, ୫୭ନମ୍ବର ଜାତୀୟ ରାଜପଥର ବାଘମାରୀ ଥାନା ସାରୁଅ ଶିଳ୍ପାଞ୍ଚଳରେ ଥିବା ରଫାଇନ୍ ଅଏଲ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ୟୁନଭରସାଲ ଇନଫ୍ରା ଏଣ୍ଡ ଏଗ୍ରି ଅଏଲ ପ୍ରାଇଭେଟ୍ ଲିମିଟେଡ ନାମକ ଅଏଲ ଫ୍ୟାକ୍ଟ୍ରିର ଗୋଦାମ ଓ ଅଫିସ ଘରେ ନିଆଁ ଲାଗିଯାଇଛି। ଏହି ଗୋଦାମ ଘରେ ତେଲ ପାକିଂ ପାଇଁ ଆବଶ୍ୟକ ଜରି ଓ ପେଟି ଗୁଡିକରେ ନିଆଁ ଲାଗିଯାଇଛି। ସର୍ଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବା ପାଇଁ ୩ଟି ଅଗ୍ନିଶମ ବାହିନୀର ଗାଡ଼ି ନିୟୋଜିତ କରାଯାଇଛି।ତେବେ ଉକ୍ତ ଗୋଦାମ ଓ ଅଫିସ ରେ କାଚ ଝରକା ଥିବାରୁ ଅଗ୍ନିଶମ ବହିନୀ କର୍ମଚାରୀ ଦୀର୍ଘ ସମୟ ଧରି ନୟାନ୍ତ ହେବା ପରେ ଝରକା କାଚ ଭାଗି ନିଆଁକୁ ଆୟତ କରିଥିବା ଜଣାପଡ଼ିଛି।ତେବେ ଏହି ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି।