ନୂଆଦିଲ୍ଲୀ, ଦେଶରେ କରୋନାର ନୂଆ ମାମଲା ସହିତ ନୂଆ ଭାରିଆଣ୍ଟ ଜେଏନ.1 ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି ।ଏହାକୁ ଦେଖି ରାଜ୍ୟରେ ସତର୍କତା ବୃଦ୍ଧି କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।
ଗୁରୁବାର ଗଣମାଧ୍ୟମ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଭାରତୀ ପାୱାର କହିଛନ୍ତି ଯେ, ଜେଏନ.1 ଭାରିଆଣ୍ଟକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । କିନ୍ତୁ ସାବଧାନ ରହିବାର ଆବଶ୍ୟକତା ରହିଛି । ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ । ସତର୍କତା ବଢାଇବା ସହ ଜିମନ ସିକ୍ୱେସିଙ୍ଗର ଯାଞ୍ଚ ସଂଖ୍ୟା ବଢାଇବାକୁ କହିଛନ୍ତି । କରୋନା ଉପରେ ପୂର୍ବରୁ ସମସ୍ତ ରାଜ୍ୟ ନିକଟରେ ଗାଇଡଲାଇନ ରହିଛି, ଯେଉଁଥିରେ ସମସ୍ତ ନିର୍ଦ୍ଦେଶ ଦିଆଯାଇଛି । କରୋନା ରୋଗୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ସତର୍କତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ପରୀକ୍ଷଣ ଓ ଜିନମ ସିକ୍ୱେନ୍ସିଂ ବୃଦ୍ଧି କରାଯାଇଛି ।