ବଲାଙ୍ଗିର– ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଗୁଡଭେଲ୍ ବ୍ଲକ୍ ସମ୍ମୁଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା। ଉକ୍ତ ତାଲିମ ଶିବିରରେ କପିଲଦେବ୍ ସାହୁ ପ୍ରଦିପ ପ୍ରଜ୍ବଳନ କରି ଶୁଭ ଉତ୍ଘାଟନ କରି ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ କିଶୋର ନ୍ୟାୟ ଆଇନ, ପୁତ୍ର ସନ୍ତାନ ପ୍ରଧନ୍ୟ ଓ ଲିଙ୍ଗ ନିରୂପଣ ନିମିତ୍ତ ଥିବା ବିଧି, ପୋସ୍କୋ ଆଇନ୍ ଉପରେ ଜଣାଇଥିଲେ। ସୁରକ୍ଷା ଅଧିକାରୀ ଚୁଡ଼ାମଣି ପଣ୍ଡା ବେଟି ବଚାଓ ବେଟି ପଢାଓ, ଝିଅ ବଞ୍ଚ।ନ୍ତୁ ଝିଅ ପଢନ୍ତୁ, କନ୍ୟା ସନ୍ତାନର ମୂଲ୍ୟବୋଧ ବୃଦ୍ଧି ଏବଂ ଶିକ୍ଷା ସଶକ୍ତିକରଣ କରାଇବା, ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ବୁଝାଇ ତାଲିମ ପ୍ରଦାନ କରିଥଲେ।
ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ର ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ତିର୍ଥଦେବ କୁମାର ବାଗ, ସମନ୍ଵିତ ଶିଶୁ ବିକାଶର ସୁପରଭାଇଜର କଳ୍ପଲତା ତ୍ରିପାଠୀ, ସରୋଜିନି ମହାନନ୍ଦ, ମୌସୁମୀ ମାଇତୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି, ସମ୍ପାଦିକା ମାନେ ଉପସ୍ଥିତ ଥିଲେ। ପରିଶେଷରେ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି କହିଲେ, ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ଅନୁଯାୟୀ, ଗ୍ରାମ ପଞ୍ଚାୟତର ଗମ ସଭାରେ ଓ ବାର୍ଷିକ ଖସଡ଼ା ଯୋଜନାରେ ଜିପିଡିପିରେ ଶିଶୁ ସୁରକ୍ଷା ଓ ଯତ୍ନ ପାଇଁ ୫ ପ୍ରତିଶତ ବଜେଟ ସ୍ଥାନିତ କରିବାକୁ ଜଣାଇଥିଲେ ଏଵଂ ପରିଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରିଥଲେ।