କନ୍ଧମାଳ– ସ୍ଥାନୀୟ ଜିଲ୍ଲା କ୍ରୀଡା ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏକ ବନ୍ଧିତ କାର୍ଯ୍ୟନିର୍ବାହୀ ସଭା, ସଭାପତି ସର୍ବେଶ୍ବର ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଭିଭିନ୍ନ ସମସ୍ୟା ଗୁଡିକ ମଧ୍ୟରେ ଜିଲ୍ଲା ସଂଘର ବରିଷ୍ଠ ନାଗରିକ ମାନଙ୍କ ପାଇଁ ପ୍ରତି ବ୍ଲକ ହେଡକ୍ଵାଟର ଓ ଜିଲ୍ଲା ହେଡକ୍ବାଟର ଫୁଲବାଣୀ ଠାରେ ଗୋଟିଏ ଗୋଟିଏ ଚିତ୍ତବିନୋଦନ କେନ୍ଦ୍ର ନିର୍ମାଣ କରିବା ପାଇଁ ବହୁ ବର୍ଷ ହେଲା ଦାବୀ ହୋଇ ଆସୁଥିବା ସତ୍ତ୍ବେ ଜିଲ୍ଲା ପ୍ରଶାସନ ଏହାକୁ ଉପେକ୍ଷା କରି ଚାଲିଛି । ଏହି ଦାବୀ ଉପରେ ଆଲୋଚନା ବେଳେ ଉପସ୍ଥିତ ସଭ୍ୟ ମାନେ ଗଭୀର ଭାବେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି / ନବୀନ ଓଡିଶା ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିବାକୁ ସ୍ଥିର କଲେ। ସଂଗଠନ କରାଯାଇ ନ ଥିବା ୩ଟି ବ୍ଲକକୁ ଆସନ୍ତା ଜାନୁୟାରୀ ମାସ ମଧ୍ୟରେ ସଂଗଠିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବାକି ରହିଥିବା ୬୮୭ ପରିଚୟ ପତ୍ରକୁ ବରିଷ୍ଠ ନାଗରିକମାନଙ୍କୁ ପ୍ରଦାନ ପାଇଁ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବା ପାଇଁ ସ୍ଥିର କରାଯାଇଥିଲା। ଷ୍ଟେଟ ବ୍ୟାଙ୍କର ପ୍ରତ୍ୟେକ ମାସର ପ୍ରଥମ ୧୦ ଦିନ ଗୋଟିଏ ସ୍ବତନ୍ତ୍ର କାଉଣ୍ଟରର ବ୍ୟବସ୍ଥା ଠିକ୍ ଭାବରେ ପରିଚାଳିତ ହେଉ ନ ଥିବାରୁ ତାହାର ପରିଚାଳନା କଡା କଡି ଭାବେ ପରିଚାଳନା କରିବାକୁ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପରିଚାଳକଙ୍କୁ ସାକ୍ଷାତ କରିବା ପାଇଁ ସ୍ଥିର ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ସଦର ମହକୁମାରେ ଥିବା ମୁଖ୍ୟ ଡାକ୍ତରଖାନାରେ ବରିଷ୍ଠ ନାଗରିକମାନେ ଯେପରି ଧାଡିରେ ଠିଆ ନ ହୋଇ ସ୍ବତନ୍ତ୍ର ଭାବେ ତାଙ୍କୁ ଔଷଧ ପ୍ରଦାନ ନିମନ୍ତେ ମୁଖ୍ୟ ଡାକ୍ତରଖାନାରେ ଅଗ୍ରାଧିକାର ଭିତ୍ତିରେ ସୁବିଧା ଯୋଗାଇ ଦେବା ପାଇଁ ଅନୁରୋଧ କରାଗଲା, ସଂଘର ସମ୍ବିଧାନ ସଂଶୋଧନ ଫେବୃୟାରି ମାସ ଶେଷ ସୁଦ୍ଧା ପଞ୍ଜିକରଣ ଅଧିକାରୀ ଙ୍କ ଗୋଚରକୁ ଜଣାଇବା ପାଇଁ ସ୍ଥିର କରାଯାଇଛି, ବଲାଙ୍ଗୀର ଖୋର୍ଦ୍ଧା ରେଳ ଲାଇନକୁ ଭାୟା ଫୁଲବାଣୀ ନେବା ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିବା ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ଆଲୋଚନା ପାଇଁ ସଭାରେ ଭାଗ ନେଇଥିଲେ ସମ୍ପାଦକ ପଦ୍ମଚରଣ ସାହୁ, ସହଦେବ ସେନାପତି, ଦୁଃଖିଶ୍ୟାମ ପାତ୍ର, ତ୍ରିନାଥ ବେହେରା, ରବିନାରାୟଣ ସୁବୁଦ୍ଧି, ପ୍ରମୋଦ ପଟ୍ଟନାୟକ, ମୋଚିରାମ ମିଶ୍ର, କାଶୀନାଥ ମହାରଣା, ଡଃ. ରାଜକିଶୋର ବେହେରା, ସୁବାସ ଚନ୍ଦ୍ର ନାୟକ, ଅଚ୍ୟୁତାନନ୍ଦ କହଁର, ବାଞ୍ଛାନିଧି ନାୟକ, ଉମାଚରଣ ମୁଖୀ, ପ୍ରଫୁଲ କୁମାର ବେହେରା ଓ ଅନ୍ୟମାନେ ।