ଭୁବନେଶ୍ୱର– ଆସନ୍ତାବର୍ଷ ଜାନୁଆରୀ ମାସ ୨୨ ତାରିଖ ଦିନ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆଖି ଆଗରେ ରଖି କେନ୍ଦ୍ର ରେଳ ମନ୍ତ୍ରଣାଳୟ ଓ ଉତର ପ୍ରଦେଶ ସରକାର ଅଯୋଧ୍ୟା ରେଳ ଜଙ୍କସନ୍ର ନାମ ପରିବର୍ତନ କରି “ଅଯୋଧ୍ୟା ଧାମ ରେଳ ଜଙ୍କସନ୍” ନାମରେ ନାମିତ କରିଛନ୍ତି । ସେହିଭଳି ଆସନ୍ତା ବର୍ଷ ଜାନୁଆରୀ ୧୭ ତାରିଖ ଦିନ ପୁରୀ ଜଗନ୍ନାଥ ମନ୍ଦିର ଚାରିପଟେ ଓଡ଼ିଶା ସରକାରଙ୍କ ଦ୍ୱାରା କରାଯାଉଥିବା ଭବ୍ୟ ‘ଜଗନ୍ନାଥ ପରିକ୍ରମା ପ୍ରକଳ୍ପ’ର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବ ବୋଲି ଜଣାପଡ଼ୁଛି । ତେଣୁ ପୁରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପୁରୀ ରେଳ ଷ୍ଟେସନ୍ ନାମକୁ ପରିବର୍ତନ କରି ଜଗନ୍ନାଥ ଧାମ ରେଳ ଷ୍ଟେସନ୍ କରିବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ପତ୍ର ଲେଖି ଏହି ଦାବି କରିବା ସହିତ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ହାୱଡା- ପୁରୀ ଓ ରାଉରକେଲା-ପୁରୀ ମଧ୍ୟରେ ଦୁଇଟି ସ୍ୱତନ୍ତ୍ର ରେଳଗାଡି ଚଳାଇବାକୁ ମଧ୍ୟ ଦାବି କରିଛନ୍ତି । ଏହାର ଏକକିତା ନକଲ ଓଡ଼ିଶାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
Related Stories
January 15, 2025