
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ରେ ସାମିଲ ହେବା ପାଇଁ ଭାରତର ବିଭିନ୍ନ ମନ୍ଦିର ମାନଙ୍କ ରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି।ଏହି ବଣ୍ଟନ କାର୍ଯ୍ୟ ୩୦ ଗୋଟି ଟିମ ମାଧ୍ୟମରେ ଆରମ୍ଭ ହୋଇଛି।ଦ୍ୱିତୀୟ ଦିନ ରେ ଓଡିଶା ବାହାରେ ମୁମ୍ବାଇର ଅନ୍ଧେରୀର ଜଗନ୍ନାଥ ମନ୍ଦିର, ସିଦ୍ଧ ବିନାୟକ ମନ୍ଦିର, କୋଲକାତା ର କାଳୀଘାଟର କାଳୀ ମନ୍ଦିର, ଖିଦରପୁର ଜଗନ୍ନାଥ ମନ୍ଦିର,ମଦୁରାଇ ର ଶ୍ରୀ ରାମେଶ୍ୱରମ ମନ୍ଦିର, ଚେନ୍ନାଇର ଜଗନ୍ନାଥ ମନ୍ଦିର ଓ ପଦ୍ମାବତୀ ମନ୍ଦିର, ମଧ୍ୟପ୍ରଦେଶ ର ଚାମୁଣ୍ଡେଶ୍ୱରୀ ମନ୍ଦିର,ମହୀଶୁର ଜଗନ୍ନାଥ ମନ୍ଦିର, ମଥୁରା କୃଷ୍ଣ ଜନ୍ମ ଭୂମି ସ୍ଥଳ,ତିରୁପତି ଜଗନ୍ନାଥ ମନ୍ଦିର, ସିରିଡି ମନ୍ଦିର, ଇନ୍ଦୋର ର ଓମକାରେଶ୍ୱର ମନ୍ଦିରର ମୁଖ୍ୟ ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା।ସେହିପରି ରାଜ୍ୟ ମଧ୍ୟରେ କନ୍ଧମାଳ ଫୁଲବାଣୀର ଶ୍ରୀ ଜଗନ୍ନାଥ ମନ୍ଦିର,ଦଧିବାମନଜୀଉ ମନ୍ଦିର,ଯାଜପୁର ର ବିରଜା ମନ୍ଦିର ଓ ବରାହ ମନ୍ଦିର, କଟକ ସାଲେପୁର ର ରାମକୃଷ୍ଣପୁର ଦାରୁସ୍ଥଳୀ, ଢେଙ୍କାନାଳର କପିଳାସ ଚନ୍ଦ୍ରଶେଖର ମନ୍ଦିର ଓ ବଳଦେବଜୀ ମନ୍ଦିର, କଳାହାଣ୍ଡି ର ଭଣ୍ଡାରଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର, ଅସ୍ତରଙ୍ଗ ମାଳଦା ର ଦାରୁକ୍ଷେତ୍ର,ସାକ୍ଷୀ ଗୋପାଳ ସ୍ଥିତ ରାଇଚକ୍ରଧରପୁର ମନ୍ଦିର, ବାରିପଦା ଶ୍ରୀ ଶ୍ରୀ ହରି ବଳଦେବ ମନ୍ଦିର, ସମ୍ବଲପୁର ମା ସମଲେଶ୍ବରୀ ମନ୍ଦିର, ରେଢାଖୋଲ ଜଗନ୍ନାଥ ମନ୍ଦିର, କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିର, ବୌଦ୍ଧ ର ଚନ୍ଦ୍ରଚୁଡ ମନ୍ଦିର, ପୁରୁଣା କଟକ ଭୈରବୀ ମନ୍ଦିର,ଆଠଗଡ ଶରଣ କ୍ଷେତ୍ର,ଖଲ୍ଲିକୋଟ ଚକ୍ର ତୀର୍ଥ, ଅନୁଗୋଳ ର ଜଗନ୍ନାଥ ମନ୍ଦିର ଓ ମା ହୀଙ୍ଗୁଳା ମନ୍ଦିର,ଜଗତସିଂହପୁର ଅଡଙ୍ଗଗଡ ଦାରୁ କ୍ଷେତ୍ର,ଖଡିପଡିଆ ଦାରୁକ୍ଷେତ୍ର ଓ ଗଞ୍ଜାମ ମା ତାରାତାରିଣୀ ମନ୍ଦିର, ନବରଙ୍ଗପୁର ର ମା ଭଣ୍ଡାରଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ଭଦ୍ରକ ର ଭଦ୍ରକାଳୀ ଓ ଆରଡ଼ି ଆଖଣ୍ଡଳମଣୀ ମନ୍ଦିର ରେ ନିମନ୍ତ୍ରଣ ଦେବା ପାଇଁ ଯାଇଥିବା ସେବାୟତ ଓ ବରିଷ୍ଠ ଅଧିକାରୀ ମାନେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।ସମ୍ପୃକ୍ତ ମନ୍ଦିର ର ମୁଖ୍ୟ ନିମନ୍ତ୍ରଣ ଗ୍ରହଣ କରି ମହାପ୍ରଭୁଙ୍କ ଏହି ଅନନ୍ୟ କାର୍ଯ୍ୟ ରେ ସାମିଲ ହେବା ଏକ ଗର୍ବ ଓ ଗୌରବ ର ବିଷୟ ବୋଲି କହିଥିଲେ।ସମସ୍ତ ସ୍ଥାନରେ ନିମନ୍ତ୍ରଣ ପ୍ରଦାନ କରିବାକୁ ଯାଇଥିବା ଟିମ କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ମହାପ୍ରଭୁଙ୍କ ଉଦ୍ଦେଶ୍ୟ ରେ ସଂକୀର୍ତ୍ତନ, ଶଙ୍ଖ ଧ୍ୱନି ଓ ହରିବୋଲ,ହୁଳହୁଳି ପକାଇ ସମସ୍ତେ ସ୍ୱାଗତ କରିଥିଲେ।