
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ନବକଳେବର ରୋଡ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଜଗତର ମଙ୍ଗଳ ତଥା ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ବୈଦିକ ବ୍ରାହ୍ମଣ ପରିଷଦ (ଓଡିଶା) ତରଫରୁ ତୃତୀୟ ବାର୍ଷିକ ଶ୍ରୀ ମହାବିଷ୍ଣୁ ଯଜ୍ଞ ପବିତ୍ର ମାର୍ଗଶୀର ଶୁକ୍ଳ ପୂର୍ଣ୍ଣିମା ତିଥିରେ ପୂର୍ଣ୍ଣାହୁତି ସହିତ ସମାପନ ହୋଇଥିଲା ।
ପରିଷଦର ସମସ୍ତ ଭୂଦେବ ମାନଙ୍କ ପ୍ରଚେଷ୍ଟା ତଥା ସବୁ ପ୍ରକାର ସହଯୋଗ ରେ ଏକ ମହତ୍ କାର୍ଯ୍ୟ ରେ ପରିଷଦର ରାଜ୍ଯ ସମ୍ପାଦକ ପଣ୍ଡିତ ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀ ସୁଧାଂଶୁ ଶେଖର ମହାପାତ୍ର (ଆଚାର୍ଯ୍ୟ), ପଣ୍ଡିତ ନିରଞ୍ଜନ ରଥ ଶର୍ମା (ଵ୍ରହ୍ମା), ପଣ୍ଡିତ ବିନୟ ମିଶ୍ର (ପ୍ରଚାରକ) ଏବଂ ବିଦ୍ୱାନ ମାନଙ୍କ ସହଯୋଗ ରେ ପରିଷଦର ରାଜ୍ଯ ଉପଦେଷ୍ଟା ଶ୍ରୀ ଜଗବନ୍ଧୁ ମିଶ୍ର ଏବଂ ତାଙ୍କ ପତ୍ନୀ କର୍ତ୍ତାକର୍ତ୍ତି ଭାବରେ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ |ଅନ୍ଯ ମାନଙ୍କ ମଧ୍ୟରେ, ଶ୍ରୀ ଦେବାଶିଷ ପାଣ୍ଡେ(ଆବାହକ), ବରିଷ୍ଠ ନରହରି ମିଶ୍ର (ପରିଷଦ ମୁଖ୍ଯ), ବରିଷ୍ଠ ଶ୍ରୀ ନାରାୟଣ ଦାଶ ଉପଦେଷ୍ଟା, ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର (ସହ-ସମ୍ପାଦକ), ପଣ୍ଡିତ ରଶ୍ମି ରଞ୍ଜନ ରଥ(କୋଷାଦକ୍ଷ), ବରିଷ୍ଠ ବିଭୁପ୍ରସାଦ ଦାଶ (ପରିଚାଳକ), ପଣ୍ଡିତ ଓମ୍ ମହାପାତ୍ର,(ସହ-ସଂଯୋଜକ), ପଣ୍ଡିତ ଅଭୟ କୁମାର ନନ୍ଦ,ପ୍ରମୋଦ କୁମାର ଦାଶ, ରୂପକ ହୋତା,ଅଶୋକ ମିଶ୍ର ପ୍ରମୁଖଙ୍କ ସହଯୋଗ ଏବଂ ୩୦ ଜିଲ୍ଲାର ମୁଖ୍ୟ ଓ ମାତୃଶକ୍ତି ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ୨ଶହରୁ ଉର୍ଦ୍ଧ୍ବ ବିଦ୍ୱାନ ମାନଙ୍କ ବେଦ ଧ୍ବନି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ନାମ ଧ୍ୱନିରେ ଏକ ସ୍ବତନ୍ତ୍ର ପରିବେଶ ସୃଷ୍ଟି ହୋଇଥିଲା ।