
ଇଜ୍ଜର, କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର ସକାଳେ ହରିୟାଣାର ଇଜ୍ଜର ଜିଲ୍ଲାର ଛାରା ଗାଁରେ ଥିବା ଲାଲା ଦିୱାନଚନ୍ଦ ଆଖଡାରେ ପହଞ୍ଚିଥିଲେ । ରାହୁଲ ଗାନ୍ଧି ଏଠାରେ ପ୍ରାୟ ଅଢେଇ ଘଣ୍ଟା ରହି କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିଥିଲେ । ଅଲମ୍ପିଆନ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ମଧ୍ୟ ତାଙ୍କ ସହ ଥିଲେ । ଏହି ଆଖଡାରେ ବଜରଙ୍ଗ ପୁନିଆ ଓ କୁସ୍ତିଯୋଦ୍ଧା ଦୀପକ ପୁନିଆ କୁସ୍ତି ଅଭ୍ୟାସ ଆରମ୍ଭ କରିଥିଲେ । ଦୀପକ ପୁନିଆ ଏହି ଗାଁର ବାସିନ୍ଦା ଅଟନ୍ତି ।
ଏହି ଆଖଡାରେ ରାହୁଲ ଗାନ୍ଧି କୁସ୍ତିଯୋଦ୍ଧାଙ୍କ ସହ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ଚର୍ଚ୍ଚା କରିଥିଲେ । ଏହାପରେ ରାହୁଲ ଗାନ୍ଧି ଦିଲ୍ଲୀ ଫେରିଯାଇଥିଲେ ।