
ଭୁବନେଶ୍ବର- କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ନ୍ୟାୟ ଯାତ୍ରା’ରେ ଓଡ଼ିଶା ଆସିବେ । କଂଗ୍ରେସ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଯାତ୍ରା ମଣିପୁରରୁ ଆରମ୍ଭ କରି ମୁମ୍ବାଇରେ ଶେଷ କରିବେ। ୬୨୦୦କିମିର ଏହି ଯାତ୍ରା ଆସନ୍ତା ଜାନୁଆରୀ ୧୪ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା। ଏହି ଯାତ୍ରାରେ ୧୪ରାଜ୍ୟର ୮୫ଟି ଜିଲ୍ଲା ବୁଲିବେ ରାହୁଲ ଗାନ୍ଧୀ। ତେବେ ଓଡ଼ିଶାର କେଉଁ ସ୍ଥାନକୁ ରାହୁଲ ଆସବେ, ତାହା ସ୍ପଷ୍ଟ ହୋଇନାହିଁ। ରାହୁଲ ଗାନ୍ଧୀ ଆର୍ଥିକ ନ୍ୟାୟ, ସାମାଜିକ ନ୍ୟାୟ ଓ ରାଜନୈତିକ ନ୍ୟାୟ ଏହି ତିନି ପ୍ରସଙ୍ଗ ନେଇ ଲୋକଙ୍କୁ ପାଖକୁ ଯିବେ।