
ଭୁବନେଶ୍ୱର, ରାହୁଲ ଗାନ୍ଧୀ ଓଡିଶା ଆସିଲେ କଂଗ୍ରେସ ଉପରେ ତାର ଓଲଟା ପ୍ରଭାବ ପଡ଼ିବ ବୋଲି କହିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର । ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବିତ ଓଡିଶା ଗସ୍ତ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ସେ ଯେଉଁଠି କୁ ଯାଆନ୍ତି ସେଠି କଂଗ୍ରେସ ବ୍ୟତୀତ ଅନ୍ୟ ଦଳର ଭୋଟ ବଢେ । ତେଣୁ ରାହୁଲ ଗାନ୍ଧୀ ଆସିଲେ ବି ରାଜ୍ୟରେ କଂଗ୍ରେସର କିଛି ହେବନି । ବରଂ ଲୋକମାନେ କିଛି ଏଣ୍ଟରଟେନମେଣ୍ଟର ସୋର୍ସ ପାଇବେ । ପୃଥିବୀର ସବୁଠୁ ବଡ଼ ଜୋକର ହେଉଛନ୍ତି ରାହୁଲ ଗାନ୍ଧୀ । ଆଉ ସେ ଯେତେବେଳେ ଓଡିଶା ଆସିବେ ଲୋକମାନେ ଏଣ୍ଟରଟେନ ହେବେ । ଲୋକଙ୍କ ଏଣ୍ଟରଟେନମେଣ୍ଟ ପାଇଁ ରାହୁଲ ଗାନ୍ଧୀଙ୍କ ଭାଷଣ ବହୁତ ଭଲ ।