
ଭୁବନେଶ୍ୱର– ପଦ୍ମପୁର ଜିଲ୍ଲା ହେଲେ ସେଥିରେ ବିଜେପୁର ଉକ୍ତ ଜିଲ୍ଲାରେ ନ ମିଶା ଯାଉ । ଏହି ଦାବିକୁ ନେଇ ବିଜେପୁର ବରିଷ୍ଠ ନାଗରିକ କମିଟି ପକ୍ଷରୁ ଆଜି 12 ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ 6ରୁ ସଂଧ୍ୟା 6ଟା ଯାଏ ଏହି ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ଠପ ରହିଛି ।
ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ହେଉଥିବା ବେଳେ ବିଭିନ୍ନ ଛକରେ ପ୍ରତିବାଦକାରୀମାନେ ପିକେଟିଂ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବିଭିନ୍ନ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।