
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୁଧବାର ପ୍ରସାର ଭାରତୀ ଓ ରେଡିଓ ଟେଲିଭିଜନ ମାଲେସିଆ (ଆରଟିଏମ) ମଧ୍ୟରେ ପ୍ରସାରଣରେ ସହଯୋଗ ପାଇଁ ଏକ ବୁଝାମଣାକୁ ମଞ୍ଜୁରୀ ପ୍ରଦାନ କରିଛି ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ମୁତାବକ ଏହି ସମ୍ପର୍କରେ ନଭେମ୍ବର 7 ତାରିଖରେ ବୁଝାମଣା କରାଯାଇଥିଲା । ଯେଉଁଥିରେ ପ୍ରସାରଣ, ସମାଚାର ଆଦାନ-ପ୍ରଦାନ ଓ ଅଡିଓ ଭିଜୁଆଲ କାର୍ଯ୍ୟକ୍ରମ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ସାମିଲ ରହିଛି । ଏହି ବୁଝାମଣାରେ ମାଲେସିଆ ସହିତ ଭାରତ ମୈତ୍ରୀପୂର୍ଣ୍ଣ ସମ୍ପର୍କରେ ଉଲ୍ଲେଖନୀୟ ବୃଦ୍ଧି ହେବ । ଏହାସହିତ ପ୍ରସାର ଭାରତୀ ଦ୍ୱାରା ବିଭିନ୍ନ ଦେଶ ସହିତ ହସ୍ତାକ୍ଷରିତ ଏମଓୟୁ ସଂଖ୍ୟା 46ରେ ପହଞ୍ଚିଛି ।