
ନୂଆଦିଲ୍ଲୀ– ଦେଶରେ କରୋନାର ନୂଆ ଭାରିଆଣ୍ଟ ଜେଏନ.1 ମାମଲା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ 109ଟି ଜେଏନ.1 ମାମଲା ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ଗୁଜରାଟରୁ 36ଟି, କର୍ଣ୍ଣାଟକରୁ 34ଟି, ଗୋଆରୁ 14ଟି, ମହାରାଷ୍ଟ୍ରରୁ 9ଟି, କେରଳରୁ 6ଟି, ରାଜସ୍ଥାନରୁ 4ଟି, ତାମିଲନାଡୁରୁ 4ଟି ଓ ତେଲେଙ୍ଗାନାରୁ 2ଟି ମାମଲା ଚିହ୍ନଟ କରାଯାଇଛି । ଏବେ ଦେଶରେ 4093ଟି ସକ୍ରିୟ ମାମଲା ରହିଥିବା ବେଳେ ଗତ 24ଘଣ୍ଟାରେ 3ଜଣଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକରୁ 2ଜଣଙ୍କର ଓ ଗୁଜରାଟରୁ 2ଜଣଙ୍କର ମୃତ୍ୟୁ ହୋଇଛି ।