
ସୁବର୍ଣ୍ଣପୁର ,ବର୍ତ୍ତମାନ ସାରା ଓଡ଼ିଶା ରେ କାମିୟା ଜାନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ସମିତି ସୋନପୁର ପକ୍ଷରୁ ଜଗନ୍ନାଥ ସଂସ୍କୃତି କୁ ନଷ୍ଟ ଭ୍ରଷ୍ଟ କରୁଥିବା କାମିୟା ଜାନୀ ଙ୍କ ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ ହେଇଥିଲା। ସେ ସୋସିଆଲ ମିଡିଆ ରେ ବିଫ୍, ବିଶୋଲା( ଗୋମାଂସ) ର ପ୍ରଚାର କରୁଥିବା ବେଳେ ସେ ମହାପ୍ରସାଦ ସେବନର ବ୍ଲଗ୍ କରିବା ସହ ତାକୁ ସୋସିଆଲ ମିଡିଆ ରେ ଭାଇରଲ ସହ ସେ ଶ୍ରୀ ମନ୍ଦିର କୁ ବେଆଇନ ଭାବେ ପ୍ରବେଶ ଘଟଣାକୁ ନେଇ ରାଜେନ୍ଦ୍ର ନାୟକଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ତ୍ରିପାଠୀ, ମଙ୍ଗୁ ସେଠୀ, ପ୍ରଦୀପ ପୁରୋହିତ, ନାରାୟଣ ସାହୁ, ଦଶଦିପ୍ତ ମହାପାତ୍ର, ରଶ୍ମୀ ରଞ୍ଜନ ଦାସ, ଗଣେଶ ପଧାନ, ସ୍ୱରୂପ ପାତ୍ର, ଶ୍ରୀକାନ୍ତ ସାହୁ, ଗଙ୍ଗା ତରିଆ, ସୁରେଶ ବିଶ୍ଵାଳ, ବାପି ଦାଶ, ଶ୍ରଦ୍ଧାଞ୍ଜଳି ମିଶ୍ର, ଗଣପତି ପାଢ଼ୀ, ସୁରେଶ ମିଶ୍ର, ଜନ୍ମଜୟ ପାଣିଗ୍ରାହୀ, ନରସିଂହ ପୁଷ୍ଟି, ସଞ୍ଜୟ ମହାପାତ୍ର, ରାଜେଶ ସିଂ, ହୃଷିକେଶ ଭୋଇ, ଜିତୁ ବଡମାଳି, ବଳଦେବ ପ୍ରସାଦ ବେଦବାକ, ଚନ୍ଦନ ପ୍ରହରାଜ, କେଦାର ଦାଶ ପ୍ରମୁଖ ଙ୍କ ସହ ଶତାଧିକ ବିକ୍ଷୋଭ କାରି ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଦାବି କରିବା ସହିତ ବେଧର୍ମୀ କାମୀୟ ଜାନୀଙ୍କୁ ମନ୍ଦିର ପ୍ରଶାସନ ପ୍ରବେଶ କରାଇ ମନ୍ଦିରର ସୁରକ୍ଷାକୁ ବିପଦରେ ପକାଇଛି। ରକ୍ଷକ ଭକ୍ଷକ ହେଲେ ବଞ୍ଚାଇବ କିଏ ବୋଲି ସମିତି ପ୍ରଶ୍ନ କରିଥିଲା। ଏଣୁ ଜଗନ୍ନାଥ ସୁରକ୍ଷା ସମିତି ସୁବର୍ଣ୍ଣପୁର ତରଫରୁ କାମିଆ ଜାନୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା।