
ଧର୍ମଶାଳା– ଯାଜପୁର ଜିଲା ଧର୍ମଶାଳା ବ୍ଲକ କୋତପୁର ପଂଚାୟତସ୍ଥ ବଜ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ଆନୁଷ୍ଠାନିକଭାବେ ଉଦ୍ଯାପିତ ହୋଇଯାଇଛି । ଏହି ବିଦ୍ୟାଳୟର ଅଧ୍ୟକ୍ଷ ପତିତ ପାବନ ବଳସାମନ୍ତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ,ମୁଖ୍ୟବକ୍ତାଭାବେ ବ୍ଲକ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ,ସମ୍ମାନୀତ ଅତିଥିଭାବେ ୧୫ ନଂ ଜୋନ ଜିଲା ପରିଷଦ ସଭ୍ୟ ଚକ୍ରଧର ବେହେରା ଓ କୋତପୁର ସରପଂଚ ସୁନାକର ବେହେରା ପ୍ରମୁଖ ଯୋଗ ଦେଇ ଶିକ୍ଷାକ୍ଷେତ୍ରରେ ବ୍ୟାପକ ପରିବର୍ତନ ଘଟିଛି । ଯାହାକି ଛାତ୍ରଛାତ୍ରୀମାନଙ୍କ ବିକାଶରେ ବେଶ ସହାୟକ ହୋଇଥିବା ନେଇ ମତବ୍ୟକ୍ତ କରିଥିଲେ । ସାମାଜିକ କାର୍ଯ୍ୟମୁଖ୍ୟ ସଂଯୋଜକ ଅଧ୍ୟାପକ ସଂଜୟ କୁମାର ସାମଲ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୌତୁକ ବିରୋଧ,ବାଲ୍ୟ ବିବାହ,ସଡକ ସୁରକ୍ଷା ସହ ବହୁ ସାମାଜିକ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଥିଲା ବୋଲି ଶ୍ରୀ ସାମଲ ମତବ୍ୟକ୍ତ କରିଥିବା ବେଳେ କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତଗାନ ଓ ଅଧ୍ୟାପକ ଲକ୍ଷ୍ମୀଧର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସମାଜିକ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଅମୀୟ କୁମାର ପରିଡା,ସନ୍ତୋଷ ରାଉତ,ପ୍ରତିଷ୍ଠାତା ସଭ୍ୟ ବସନ୍ତ କୁମାର ସାମଲ,ସୁବୋଧ ସାମଲ,ରାଜକିଶୋର ଦଳାଇ,ବୈରାଗୀ ରାଉତ,ବସନ୍ତ ଦାସ, ଓ ବିଜୟ ଦଳେଇଙ୍କ ସମେତ ସ୍ଥାନୀୟ ଅଂଚଳର ବହୁ ମୁରବୀ ଓ ଶିକ୍ଷାବିତ୍ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପକ ସୁବାଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲୋ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷାକର୍ମଚାରୀ ସହଯୋଗ କରିଥିଲେ ।