
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆଗାମୀ ଇଂରାଜୀ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ତଥା ପର୍ଯ୍ୟଟକ ମାନଙ୍କ ସମାଗମ ପୁରୀକୁ ହେବ | ବଡଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କ ଲମ୍ବା ଧାଡି ମାର୍କେଟ ଛକ ପର୍ଯ୍ୟନ୍ତ ଲମ୍ବି ଥିଲା, ଦୀର୍ଘ ସମୟ ଧରି ଭକ୍ତ ମାନେ ଅପେକ୍ଷା କରି ଶେଷରେ ଧର୍ଯ୍ୟହରା ହୋଇ ଧାଡି ଭାଙ୍ଗି ବ୍ୟାରିକେଡ଼ ଏଡାଇ ସିଂହଦ୍ୱାର ଦେଇ ଦର୍ଶନ ପାଇଁ ଧସେଇ ପଶିଥିଲେ କାରଣ ଗଳାବାଟ ଦେଇ କେତେକ ପ୍ରଶାସନିକ କର୍ମଚାରୀ ଓ ଧୁଳିଆ ମାନେ କେତେକ ଧନୀଶେଣୀର ଭକ୍ତମାନଙ୍କୁ ଦର୍ଶନ ପାଇଁ ପ୍ରବେଶ କରାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳିଲା |
ଯାହା ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନଵାଚୀ ସୃଷ୍ଟି କରିଛି କାରଣ ଅନେକ ଭକ୍ତମାନେ ବିନା ଯାଞ୍ଚରେ ଶ୍ରୀମନ୍ଦିରକୁ ପ୍ରବେଶ ସହ ମୋବାଇଲ ନେଇ ଯାଇଥିଲେ |ଶ୍ରୀମନ୍ଦିରକୁ ଆସୁଥିବା ବରିଷ୍ଠ ନାଗରିକ ମାନଙ୍କ ଦର୍ଶନ ପାଇଁ ପ୍ରଶାସନ ତରଫରୁ କୋଣସି ନିଦ୍ଧିଷ୍ଟ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କରାଯାଇ ନାହିଁ ବୋଲି ସଂଘ କହିଛି |
ତେଣୁ ଏବେ ଠାରୁ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନକରାଗଲେ ଯଦି ନୂଆ ବର୍ଷରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୁଏ ତେବେ କିଏ ଦାୟୀ ରହିବ ବୋଲି ସଂଘ ପ୍ରଶ୍ନ କରିଛି |
ଉକ୍ତ ଦାବୀପତ୍ର ପ୍ରଦାନ ସମୟରେ ସଂଘର ଆଵାହକ ଅନିଲ କୁମାର ସାହୁ, ସୁରେଶ ମହାପାତ୍ର, ଉମା ଶଙ୍କର ସାହୁ, ପ୍ରତାପ ମହାପାତ୍ର, ବିଜୟ ସାହୁ, ଲାଲା ଅନନ୍ତ କୁମାର ସିଂହ,ବ୍ୟମକେଶ ଚିନରା ଓ ପ୍ରଦୀପ କୁମାର ବଡ଼ଜେନା ପ୍ରମୁଖ ଅଧିବକ୍ତା ମାନେ ଉପସ୍ଥିତ ଥିଲେ |