
ଭୁବନେଶ୍ୱର– ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଦଳର ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ସାଇଟ୍ ଏକ୍ସରେ ନବୀନ ପଟ୍ଟନାୟକ ଲେଖିଛନ୍ତି ୨୭ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାର ଜନସାଧାରଣଙ୍କ ସହ ଦଳର ସମସ୍ତ କର୍ମୀ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଲୋକଙ୍କ ଅକୁଣ୍ଠ ସମର୍ଥନ, ମହାପ୍ରଭୁଙ୍କ ଆଶୀର୍ବାଦ ଶ୍ରେଷ୍ଠ ଆଂଚଳିକ ଦଳ ଭାବେ ବିଜେଡିକୁ ଏକ ଆନ୍ଦୋଳନରେ ପରିଣତ କରିଛି । ଆସନ୍ତୁ ଏହି ସମ୍ପର୍କକୁ ଆହୁରି ମଜଭୁତ କରି ନୂଆ ଓଡ଼ିଶା ଗଠନରେ ଭାଗିଦାର ହେବା ।