
ପୁରୀ/ଭୁବନେଶ୍ୱର – ବିଜେଡି ଛାଡି ବିଜେପିରେ ଯୋଗ ଦେଲେଛନ୍ତି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ, କୃଷ୍ଣପ୍ରସାଦ ବ୍ଳକ୍ ବଡ଼ଝାଡ ପଂଚାୟତର ନିର୍ବାଚିତ ସମିତି ସଭ୍ୟ ଉମାକାନ୍ତ ସେଠୀ, ସିଆଣ୍ଡି ପଂଚାୟତର ସମିତି ସଭ୍ୟ ଲଳିତ ତରାଇ ଏବଂ ଶିଆଳ ପଂଚାୟତର ସମିତି ସଭ୍ୟ ଭୀମସେନ ସେଠୀ ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି । ବୈଦେଶିକ ବ୍ୟାପାର ବିଭାଗର ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର,ନାରି ନେତ୍ରୀ ଉପାସନା ମହାପାତ୍ରଙ୍କ ଉପସ୍ଥିତିରେ ନିର୍ବାଚିତ ଜନପ୍ରତିନିଧି ମାନେ ବିଜେପିରେ ଯୋଗ ଦେଇଛନ୍ତି । ସମସ୍ତଙ୍କ ଯୋଗଦାନ ଦଳକୁ ଆହୁରି ସୁଦୃଢ଼ କରିବ ବୋଲି ବିଜେପି ନେତ୍ରୀ ଉପାସନା ମହାପାତ୍ର କହିଛନ୍ତି ।