ଭୁବନେଶ୍ୱର–ଆଗାମୀ ଜାନୁଆରୀ ୧୭ ରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ନିମନ୍ତ୍ରଣ କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଏନେଇ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି ଆଗାମୀ ଜାନୁଆରୀ ୧୭ ତାରିଖକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଶୁଭ ତିଥି ଅନୁସାରେ ସ୍ଥିର କରାଯାଇଛି । ୧୭ ତାରିଖ ପରିକ୍ରମା ପ୍ରକଳ୍ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଚାଉଳ ଓ ଗୋଟେ ଗୁଆ ଦେଲେ । ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଅନୁରୋଧ ଗୋଟେ ଗୁଆ ପଠାନ୍ତୁ ପରିକ୍ରମା ପ୍ରକଳ୍ପ ରେ ସାମିଲ ହୁଅନ୍ତୁ । ଜଗନ୍ନାଥଙ୍କ ଇତିହାସ ନବୀନ ପଟ୍ଟନାୟକଙ୍କ ନାଁ ୧୦୦ ବର୍ଷ ପରେ ମନେ ରଖିବ । ଆମେ ଆର୍ଶୀବାଦ କରିଛୁ । ଗଜପତିଙ୍କର ଜଗନ୍ନାଥ ସଂସ୍କୃତି ରେ ମୁଖ୍ୟ ଭୂମିକା ରହିଛି । ସେ ହେଉଛନ୍ତି କର୍ତା ।
Related Stories
November 23, 2024