ଭୁବନେଶ୍ୱର– କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଆସନ୍ତା ଜାନୁଆରୀ ୨ ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ । ସମସ୍ତ ଜିଲ୍ଲା ଓ ସହରରେ କଂଗ୍ରେସ ନେତା ଓ କର୍ମୀ ମହମବତୀ ଜାଳି ଦୁଇ ମିନିଟ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଦେବ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧରେ ଆଗକୁ ଆସି ଲଢ଼େଇ କରିବାକୁ ଆଦିବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ।
Related Stories
November 23, 2024