ଭୁବନେଶ୍ୱର– ବିଜେଡ଼ିର ୨୭ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାକୁ ସଶକ୍ତ ସଂମୃଦ୍ଧ ଓ ସ୍ୱାଭିମାନୀ ନବୀନ ଓଡ଼ିଶା ଗଠନ ପାଇଁ ନେଉଥିବା ଶପଥ ଏକ ବୃଥା ମିଥ୍ୟା ଆସ୍ଫାଳନ ବୋଲି “ମୋ ଦଳ”ର ପ୍ରଚାର କମିଟି ଅଧ୍ୟକ୍ଷ ତଥା ମୁଖପାତ୍ର ଶେଷଦେବ ନନ୍ଦ କହିଛନ୍ତି । ସେ କହିଛନ୍ତି ଯେ, ନିରବଚ୍ଛିନ୍ନ ଭାବେ ଓଡ଼ିଶାବାସୀଙ୍କୁ ନବୀନ ପଟ୍ଟନାୟକ ଓଡ଼ିଶା ଶାସନର ଡୋରି ଦେଇଛନ୍ତି । ପ୍ରତି ବଦଳରେ ପାଇଛନ୍ତି ପୁଳା ପୁଳା ପ୍ରତାରଣା, ଦାରିଦ୍ର, ଭ୍ରଷ୍ଟାଚାର ଓ ଏକ ନିଶାସକ୍ତ ଓଡ଼ିଶା । ଶିଳ୍ପ ସ୍ଥାପନ ନାଁରେ ଆଦିବାସୀଙ୍କୁ ବନ୍ଧୁକ ଗୁଳିରେ ଉଡ଼େଇ ଦିଆହୋଇଛି । ସେହିପରି ବେଦାନ୍ତ ବିଶ୍ୱବିଦ୍ୟାଳୟ, ପୋସ୍କୋ ଇସ୍ପାତ କାରଖାନା, ଗୋପାଳପୁରରେ ଟାଟା ପ୍ରକଳ୍ପ ଏସବୁ କାହାଣୀ ପାଲଟିଛି । ଅନୁଗୁଳରୁ କେନ୍ଦୁଝର ପର୍ଯ୍ୟନ୍ତ ଯେଉଁମାନଙ୍କ ଅର୍ଥରେ ଭୁବନେଶ୍ୱର ଝଲସୁଛି ସେମାନେ ଦାରିଦ୍ର୍ୟ ଓ ଅପପୁଷ୍ଟିର ଶିକାର । ନଗଡ଼ା ଚିତ୍ର ନବୀନଙ୍କ ପୁରା ସାମୁଦାୟୀକ ବିକାଶର ଛବିକୁ ବିଶ୍ୱବାସୀଙ୍କୁ ଦେଖାଇଦେଇଛି । ପ୍ରତି ଗାଁ ଗଣ୍ଡାରେ ଗ୍ରାମାଞ୍ଚଳ ବିକାଶର ପାଣ୍ଠିକୁ କେଉଁ ଦଳର କର୍ମୀମାନେ ଲୁଟ୍ ପାଟ କରିଛନ୍ତି । ଜଙ୍ଗଲ ମାଫିଆ, ଟ୍ରାନ୍ସପୋର୍ଟ ମାଫିଆ, ଖଣି ମାଫିଆ, କୋଇଲା ମାଫିଆ, ବାଲି ମାଫିଆ କେଉଁ ଭଦ୍ର ଲୋକଙ୍କ ଶାସନରେ ମୁଣ୍ଡ ଟେକିଛନ୍ତି ବୋଲି ଶାସକ ବିଜେଡ଼ି ଦଳ ଉଦ୍ଦେଶ୍ୟରେ ଶ୍ରୀ ନନ୍ଦ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି ଯେ, ସତରେ ଯଦି ବିଜେଡ଼ି କର୍ମୀ ନବୀନ ଓ ତାଙ୍କ ଅଣ ଓଡ଼ିଆ ଏବେର ଅଘୋଷିତ ବିଜେଡ଼ି ମୁଖ୍ୟଙ୍କ କଥାରେ କାମ କରୁଥାନ୍ତା ତା ହେଲେ କାହିଁକି ଓଡ଼଼ିଶା ଆଜି ସବୁ ଆଡ଼ୁ ପଛରେ ଥାନ୍ତା । ଓଡ଼ିଶା ଚାଷୀ ଆତ୍ମହତ୍ୟା କରୁଥାନ୍ତେ, ଓଡ଼ିଆ ଯୁବକ ଦାଦନ ଯାନ୍ତା ଓ ବେବିନା, ଇତିଶ୍ରୀ, ମାଧବିଲତା ଏମାନଙ୍କ ପାଇଁ ଜଣେ ମହିଳା ବାହାରନ୍ତା ନାହିଁ । ଏଣୁ ଷଷ୍ଠ ଥର ବିଜେଡ଼ି କିଭଳି ଶାସନ କ୍ଷମତାକୁ ନଆସିବ ସେଥିପାଇଁ ଓଡ଼ିଶାବାସୀ ଅଣ୍ଟାଭିଡ଼ି ବାହାରିଛନ୍ତି ।
Related Stories
November 23, 2024