ଭୁବନେଶ୍ଵର– ରାଜ୍ୟର ରାଉରକେଲାରେ ଆଜି ଅତି ଘନ କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ଫୁଲବାଣୀ, ସୋନପୁର, କେନ୍ଦ୍ରାପଡ଼ା ଏବଂ ପାରାଦୀପରେ ଘନ କୁହୁଡ଼ି ଅନୁଭୂତ ହୋଇଛି । ରାଉରକେଲାରେ ଏହାର ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ବେଳେ ଫୁଲବାଣୀ, ସୋନପୁର, କେନ୍ଦ୍ରାପଡ଼ା ଏବଂ ପାରାଦୀପରେ ଏହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି ।
ସେହିପରି ଅନ୍ୟକେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଛି । ସେହିସବୁ ସ୍ଥାନ ଗୁଡିକ ହେଲା କୋରାପୁଟ, ଭବାନିପାଟଣା, ଝାରସୁଗୁଡ଼ା, କେନ୍ଦୁଝର ଏବଂ ଭୁବନେଶ୍ଵର । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।