ବଲାଙ୍ଗିର– ଶ୍ରୀ ଚନ୍ଦନ ସାହିତ୍ୟ ଏକାଡେମୀ କଟକ, ଅଗ୍ନିସ୍ପୁଲିଙ୍ଗ ରାଉରକେଲା, ଓଡିଶା ପୂଜ୍ୟପୂଜା ପରିଷଦ କଟକ ଚିନ୍ମୟ ସାହିତ୍ୟ ସଂସଦ ଦ୍ଵାରା କଟକ ରାଜ୍ୟ ସ୍ତରିୟ ପ୍ରଜ୍ଞାପ୍ରାଣ ସମ୍ମାନ ୨୦୨୪ କଟକ ଠାରେ ପ୍ରଦାନ କରାଯାଇଛି ।
ଗତ ଡ଼ିସେମ୍ବର ୨୪ ରବିବାର ଦିନ କର୍ମବୀର ଗୌରୀ ଶଙ୍କର ଟାଉନ ହଲ ରେ ଅନୁଷ୍ଠିତ ୪୭ ତମ ରାଜ୍ୟସ୍ତରୀୟ କବି ଲେଖକ ସମ୍ମିଳନୀରେ ଓଡ଼ିଶାର ପୂର୍ବତନ ଶାସନ ସଚିବ ସହଦେବ ସାହୁଙ୍କ କରକମଳରେ ଗୋପି କୃଷ୍ଣ ପଣ୍ଡିଆ ବରପାଲି ପଡା ବଲାଙ୍ଗିରଙ୍କୁ ରାଜ୍ୟସ୍ତରୀୟ ପ୍ରଜ୍ଞାପ୍ରାଣ ସମ୍ମାନ ୨୦୨୪ ରେ ମନୋନୀତ କରି ସମ୍ମାନିତ କରାଯାଇଛି।