ପୁରୀ– ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଲଳିତ କଳା ଏକାଡେ଼ମୀ ପକ୍ଷରୁ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଚଳିତ ମାସ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ କୋଣାର୍କ ଏନଏସି କଲ୍ୟାଣ ମଣ୍ଡପ ଠାରେ ଏହା ଅନୁଷ୍ଠିତ ହେବ। ଏହାର ଉଦଘାଟନ ୨୮ ତାରିଖ ଅପରାହ୍ନ ୪ଟା ସମୟରେ ଅନୁଷ୍ଠିତ ହେବ।
ଏହା ଏକ ସୁନ୍ଦର ପରିକଳ୍ପନା । ଚିତ୍ର ଶିଳ୍ପୀ ମାନଙ୍କ ପାଇଁ ଏହା ନିଆରା ଅନୁଭବ ଓ ଅଭିଜ୍ଞତା ଆଣିଦେବ ବୋଲି ଏକାଡେମୀର ସଚିବ ପଞ୍ଚାନନ ସାମଲ ସୂଚନା ଦେବା ସହ ସାଧାରଣ ଲୋକ ମାନେ ଏହାକୁ ପ୍ରତ୍ୟକ୍ଷ କରିବାକୁ ଅନୁରୋଧ କରିଛନ୍ତି।