
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ବତନ୍ତ୍ର ବାଟାଲିୟନ। ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସୂଚନା ଅନୁସାରେ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନରେ ୧୧୯୦ ଜଣ ସୁରକ୍ଷାକର୍ମୀ ରହିବେ।ଶ୍ରୀମନ୍ଦିରର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ସୁବିଧା ସୁଯୋଗ ଯୋଗାଇ ଦେବେ ଏହି ସ୍ବତନ୍ତ୍ର ବାଟାଲିୟନ |ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଓ ନିୟନ୍ତ୍ରଣରେ ଏହି ବାଟାଲିୟନ୍ କାର୍ଯ୍ୟ କରିବ ।
ବିଶ୍ୱ ବ୍ରହ୍ମାଣ୍ଡ ତଥା ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତ ପ୍ରିୟ । ମହାପ୍ରଭୁଙ୍କ ସାନିଧ୍ୟ୍ୟ ପାଇବା ପାଇଁ ବିଶ୍ବର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଧାଇଁ ଆସୁଛନ୍ତି। ଶ୍ରୀକ୍ଷେତ୍ରରେ ପ୍ରତିଦିନ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ଯାହାକୁ ନିୟନ୍ତ୍ରଣ କରିବା ଶ୍ରୀମନ୍ଦିର ପ୍ରଶାସନ ପାଇଁ କାଠିକର ପାଠ ହୋଇଯାଇଛି । ଅନେକ ସମୟରେ ବିଶୃଙ୍ଖଳା ସୃଷ୍ଟି ହେଉଛି।
କେତେବେଳେ ଠେଲାପେଲାରେ ଶ୍ରଦ୍ଧାଳୁମାନେ ଅଚେତ ହୋଇ ତଳେ ପଡ଼ିଯାଉଛନ୍ତି ତ ଆଉ କେତେବେଳେ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳୁଛି |ସ୍ବତନ୍ତ୍ର ବାଟାଲିୟନ ହେବା ଦ୍ବାରା ଏଥୁରୁ ମୁକ୍ତି ମିଳିବ ବୋଲି ଆଲୋଚନା ହେଉଥିବା ବେଳେ ଏହା ଭକ୍ତଙ୍କୁ ସୁରକ୍ଷା ଦେବ ନା କେବଳ ମନ୍ତ୍ରୀ ଏବଂ ବଡ଼ ବଡ଼ିଆ ଅଧିକାରୀ ଙ୍କୁ ସୁରକ୍ଷା ଦେବ ତାହା ସନ୍ଦେହ ସୃଷ୍ଟି କରିଛି |