ଭୁବନେଶ୍ୱର, ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶା କୁ ଫୋକସ୍ ଦିଆଯାଇଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପଦାଧିକାରୀ ବୈଠକରୁ ଫେରିବା ପରେ ମନମୋହନ ସାମଲ କହିଛନ୍ତି ପଦାଧିକାରୀ ବୈଠକ ବହୁତ ଗୁରୁତ୍ୱପୁର୍ଣ୍ଣ ଥିଲା । ଡେରି ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହ ବୈଠକ ନେଇଥିଲେ । ବିଭିନ୍ନ ରାଜ୍ୟ ସହ ପୃଥକ ପୃଥକ ଆଲୋଚନା ହେଲା । ନିର୍ବାଚନ ଦୃଷ୍ଟି କୋଣରୁ ସାଙ୍ଗଠନିକ ସ୍ଥିତିର ଆଲୋଚନା ହେଲା । ୧୯ ଅପେକ୍ଷା ୨୪ ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । କଠିନ ପରିଶ୍ରମ କରି ତାହାକୁ କେମିତି କ୍ରିୟାନ୍ୱୟନ ହେବ ସେ ନେଇ ଆଲୋଚନା ହେଲା । ଲୋକ ସଭା ଓ ବିଧନସଭା ରେ ଭିନ୍ନ ଭିନ୍ନ ରଣନୀତି ହେବ । ୫୧ ପ୍ରତିଶତ ଭୋଟ ପାଇବା ହେଉଛି ଟାର୍ଗେଟ । ଯେଉଁଠି ଯେତେ ଆବଶ୍ୟକ ସେହି ଅନୁଯାୟୀ ସେଠାରେ ସେତିକି ଟାର୍ଗେଟ ସେଟ କରାଯିବ । ସେଥିପାଇଁ ରଣ ନୀତି କରିବାକୁ ନିର୍ଦେଶ ଦିଆଯାଇଛି । ଓଡିଶାକୁ ଅଧିକ ଗୁରୁତ୍ୱ ଦିଆଯିବ । କେନ୍ଦ୍ର ନେତୃତ୍ୱ ଖୁବଶୀଘ୍ର ଓଡିଶା ଆସିବେ । ଓଡିଶାରେ ଅଦ୍ଭୁତପୂର୍ବ ଫଳାଫଳ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।
Related Stories
January 8, 2025