ଭୁବନେଶ୍ୱର, ପୁରୀ ଶ୍ରୀମନ୍ଦିରରେ କାମିଆ ଜାନୀ ପ୍ରବେଶ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ମନ୍ଦିରର ସ୍ୱତନ୍ତ୍ର ନୀତି ନିୟମ,ବିଧି ବ୍ୟବସ୍ଥାକୁ ଭଙ୍ଗ କରାଯାଇଛି । ଇନ୍ଦିରା ଗାନ୍ଧୀ ମଧ୍ୟ ଚେଷ୍ଟା କରି ମନ୍ଦିର ଭିତରକୁ ପ୍ରବେଶ କରି ପାରି ନଥିଲେ । ଶ୍ରୀମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଇ କ୍ଷମା ମାଗିଥିଲେ ପ୍ୟାରୀ ମହାପାତ୍ର । ଏବେ କାମିଆ ମନ୍ଦିର କାହିଁକି ପ୍ରବେଶ କଲେ, କିଏ ତାଙ୍କୁ ପ୍ରବେଶ କରାଇଲା, କେମିତି ସେ ମନ୍ଦିର ପ୍ରବେଶ କଲେ ଏ ସବୁ ପ୍ରସଙ୍ଗରେ ତଳସ୍ତର ପର୍ଯ୍ୟନ୍ତ ବିତର୍କ ହେବାର ଆବଶ୍ୟକତା ରହିଛି । ଲୋକଙ୍କୁ ବିତର୍କ ପାଇଁ ଆହ୍ୱାନ କରିଛନ୍ତି ବିଜେପି ରାଜ୍ୟ ସଭାପତି ।