-
ଚିନ୍ତା ବଢାଇଲେ ବାହାର ରାଜ୍ୟର ବେପାରୀ
ଭୁବନେଶ୍ୱର, ସମବାୟ ବିଭାଗର ଚିନ୍ତା ବଢାଇଛନ୍ତି ବାହାର ରାଜ୍ୟର ବେପାରୀ । ବାହାର ରାଜ୍ୟର ଧାନ ବେପାରୀ ଓ ଦଲାଲଙ୍କ ଉପରେ ତୀକ୍ଷଣ ନଜର ରଖିବା ପାଇଁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛି । ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଚେକ୍ ପଏଂଟ ଗୁଡିକରେ ଚେକିଂକୁ ଆହୁରି କଡ଼ାକଡ଼ି କରିବାକୁ ପରାମର୍ଶ ଦିଆଯାଇଛି । ଛତିଶଗଡ଼ ସୀମାକୁ ଲାଗିଥିବା ନୂଆପଡା ଜିଲ୍ଲା, ପଶ୍ଚିମବଙ୍ଗ ସୀମା କୁ ଲାଗିଥିବା ବାଲେଶ୍ୱର ଜିଲ୍ଲା,ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାକୁ ଲାଗିଥିବା ପାରଳାଖେମୁଣ୍ଡି, ଗଜପତି, ବ୍ରହ୍ମପୁର ଭଳି ଜାଗାରେ ସିଲ ପଏଂଟ କରି ଚେକିଂ କଡାକଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛି ।
ସେହିପରି ବର୍ତମାନର ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ମନ୍ତ୍ରୀ କହିଛନ୍ତି ପ୍ରାୟ ସବୁଠି ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ସେମିତି ଅଭିଯୋଗ କୌଣସି ସ୍ଥାନରୁ ଆସିନି । ଠିକ ଭାବେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଛି । ଯେଉଁ ତାରିଖ ଯେଉଁ ଜିଲ୍ଲା ପାଇଁ ନିଧାର୍ଯ୍ୟ ହୋଇଛି ସେହି ତାରିଖ ଆଧାରରେ ଧାନ ସଂଗ୍ରହ ହେଉଛି । ଯଦି କେଉଁଠି ଅଭିଯୋଗ ଆସେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ।