ବଲାଙ୍ଗିର– ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଂଟାବାଞ୍ଜି ହସ୍ପିଟାଲରେ ଚିକିତ୍ସାଧିନ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିଥିବା ସୂଚନା ମିଳିଛି । ଏମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗତକାଲି ଡାକ୍ତରଖାନାରେ ଭର୍ତି ହୋଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଦୁହିଁଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣକ ଘର ଟିଟିଲାଗଡ଼ରେ ହୋଇଥିବା ବେଳେ ଅନ୍ୟ ଜଣକର ଘର ମୁରିବାହାଲ ଅଂଚଳରେ ।
ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡା. କେ.ସି. ମହାନ୍ତ କଂଟାବାଞ୍ଜି ମେଡିକାଲରେ ପହଂଚି ସ୍ଥିତିର ଅନୁଧ୍ୟାନ କରିବା ସହ ଅଂଚଳରେ କେଉଁଠି ମଧ୍ୟ ଝାଡ଼ାବାନ୍ତିର କୌଣସି ସୂଚନା ନଥିବା କହିଛନ୍ତି । ମୃତକ ଦ୍ୱୟ ବାହାରୁ ଆସିଥିବା ବେଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ଵୟଙ୍କ ମଧ୍ୟରୁ ଜଣକର ପତ୍ନୀ ଓ ଅନ୍ୟ ଜଣେ ୧୨ ବର୍ଷିୟା ବାଳିକା ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।