କୋରାପୁଟ- କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ପୋଲିସ କଲୋନୀରେ ଏକ ଅଭାବନୀୟ ଘଟଣା କ୍ରମେ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁଧାକର ବିଶ୍ୱାଳ ଓ ତାଙ୍କ ପତ୍ନୀ ଚଂଚଳା ।ସୁଧାକର ସୁନାବେଡ଼ା ମ୍ୟୁନିସିପାଲଟିରେ କର ସଂଗ୍ରହକାରୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳେ ସୁଧାକର ଗାଧୋଇ ସାରି ଟଣାଯାଇଥିବା ଜିଆଇ ତାରରେ ଲୁଗା ଶୁଖାଉଥିବା ବେଳେ ଏହା କୌଣସି ପ୍ରକାରେ ସର୍ଟସର୍କିଟ୍ ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ସ୍ୱାମୀଙ୍କ ଆକୁଳ ଚିକ୍ରାର ଶୁଣି ସ୍ତ୍ରୀ ଚଂଚଳା ତାଙ୍କୁ ସେଠାରୁ ଉଦ୍ଧାର କରିବାକୁ ଚେଷ୍ଟା କରି ନିଜେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଯଦ୍ୱାରା ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦମ୍ପତିଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଅନ୍ୟପକ୍ଷରେ ଏଭଳି ଏକ ଦୁଃଖଦ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
Related Stories
November 25, 2024