
ଜୟପୁର– ସ୍ଥାନୀୟ ଗୀତା ଭବନ ଠାରେ ମହାସମାରୋହରେ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ସୂର୍ଯ୍ୟ ପୂଜା, ବରୁଣ ପୂଜା, ଆବାହନ ସହ ଶ୍ରୀମଦ୍ ଭଗବତ୍ ଗୀତାର ୭୦୦ ଶ୍ଳୋକର ଘୃତାହୁତି ପ୍ରଦାନ କରାଯାଇଥିଲା। ଏହି ଦେବକାର୍ଯ୍ୟର ମୂଖ୍ଯ ପୁରୋହିତ ଭାବେ କ୍ରୁଷ୍ନଚନ୍ଦ୍ର ଦାଶ, ପୁସ୍ତକାଚାର୍ଯ୍ୟ ଭାବେ ପଣ୍ଡିତ ଗୀତା ପ୍ରକାଶ ମିଶ୍ର ତଥା କର୍ତ୍ତା ଭାବେ ସୂର୍ଯ୍ୟ ନାରାୟଣ ଦାଶ ସମସ୍ତ ପୂଜାର୍ଚନା ସଂପନ୍ନ କରିଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମକୁ ଗୀତା ଭବନର ସଂପାଦକ ଭବାନୀ ଚରଣ ଆଚାର୍ଯ୍ୟ ପରିଚାଳନା କରିଥିଲେ।
ସଂନ୍ଧ୍ଯାରେ ପୂର୍ଣାହୁତି ପରେ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତଙ୍କୁ ମିଷ୍ଟାନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।