
ଧର୍ମଶାଳା– ଯାଜପୁର ଜିଲାର ବିଶିଷ୍ଟ ପାଲା ଗାୟକ ତଥା ଶିକ୍ଷାବିତ୍ ଦାଶରଥୀ ମିଶ୍ରଙ୍କ ୭୬ତମ ଜନ୍ମ ଜୟନ୍ତୀ ଉତ୍ସବ ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତସ୍ଥ ବାଲିଗୁଡା ଦେଉଳି ପାଲା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପାଲାଗାୟକ ରମେଶ ଚନ୍ଦ୍ର ଦାସଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଜନ୍ମ ଜୟନ୍ତୀରେ ସତ୍ୟନାରାୟଣ ପାଲାକାର, ସଂଘ ସମ୍ପାଦକ ପ୍ରସନ୍ନ କୁମାର କର, ଯାଜପୁର ଜିଲା କଳାକାର ସଂଘ ସଭାପତି ଗୟାଧର ମହାପାତ୍ର ଓ ରବିନ୍ଦ୍ର ନାରାୟଣ ପ୍ରମୁଖ ଯୋଗଦେଇ ଶ୍ରୀ ମିଶ୍ରଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ରସୁଲପୁର ଏବିଓ ଡ. ପ୍ରଭଞ୍ଜନ ପତି ମୁଖ୍ୟ ଅତିଥି ଓ ବରୀ ଅଂଚଳର ବରିଷ୍ଠ ପାଲାଗାୟକ ଶିକ୍ଷ୍ଯାବିତ୍ ଶ୍ରୀଗୁନ ଚରଣ ନାୟକ ଯୋଗଦେଇ ପାଲାକାରଙ୍କ ସୁବିଧା ଅସୁବିଧା ପାଇଁ ଶ୍ରୀ ମିଶ୍ରଙ୍କ ଅବଦାନ ରହିଥିବା ଉଲ୍ଲେଖ କରିଥିଲେ ।
ଏହି ଅବସରରେ ଗୁରୁପୂଜନ କାର୍ଯ୍ୟକ୍ରମରେ ବହୁ ସଦସ୍ୟ ଯୋଗଦେଇ ଶ୍ରୀ ମିଶ୍ରଙ୍କ ସୁସ୍ଥତା କାମନା କରିଥିଲେ । ଢେଙ୍କାନାଳ ଜିଲାର ଗାୟକ ସୌରଭ ଜଗତ ଜୀବନ ଆଚାର୍ଯ୍ୟ ଉପସ୍ଥିତ ରହି ପାଲା ପରିବେଷଣ କରିଥିଲେ ।